ତାରିଖ - ଏକ ସ୍ମୃତିବିହୀନ ସ୍ମୃତି

ପୁରୁଣା ସ୍ମୃତିକୁ ଦଳିଚକଟି ଆଗକୁ ବଢ଼ିଯାଇଥିବା ଏକ କଠୋର ହୃଦୟ?

ଅଫିସରେ ଇମେଲର କ୍ୟାଲେଣ୍ଡରଟି ଦେଖିଲାବେଳେ ତାରିଖଟି ଚିହ୍ନା ଚିହ୍ନା ଆପଣାର ଭଳି ଲାଗିଲା । କିଛି ମୁହୂର୍ତ୍ତରେ ଜଣାବି ପଡ଼ିଗଲା, କାହିଁ କେତେ କଣ ସ୍ମୃତି ଜଡ଼ିତ ଏହି ତାରିଖ ସହ । ଏହା ଭିତରେ ଚାହୁଁ ଚାହୁଁ ବର୍ଷଟିଏ ପୁଣି ବିତିଯାଇଛି । ଜଣାହିଁ ପଡ଼ିଲାନାହିଁ । ପୁଣି ଦୀର୍ଘ ତିନି ଶହ ପଞ୍ଚଷଠି ଦିନପରେ ଆସିଛି ଏହି ଦିନ । କିଛି ବର୍ଷ ପୂର୍ବେ କେତେ ଆଶା-ଆକାଂକ୍ଷା, ଯୋଜନା, ମାସ ମାସ ଆଗରୁ ପ୍ରସ୍ତୁତି ଚାଲୁଥିଲା କେବଳ ଏହି ତାରିଖଟିକୁ ସ୍ମୃତିମୟ କରିବାକୁ । ଆଉ ଏବେ ଭାବିବାକୁ ପଡୁଛି କଣ ଥିଲା ଏହିଦିନ, କର୍ପୁର ଉଡ଼ିଯାଇଛି ଖାଲି ରହିଯାଇଛି କିଛି ମହକ । ସତରେ ସେ ଠିକ କୁହାଯାଇଛି ଜଣେ ମନୁଷ୍ୟ ଯେଉଁ ବ୍ୟକ୍ତିମାନଙ୍କ ସହ ଅଧିକ ସମୟ ବିତାଏ ଧୀରେ ଧୀରେ ସେମାନଙ୍କର ଭଳି ହୋଇଯାଏ । କେତେ ବଦଳିଯାଇଛି ମୁଁ ! ହେଲେ କ'ଣ ହେବେ ଗଲା କିଛିବର୍ଷଗୁଡ଼ିକଭଳି ପୁଣି ଘରକୁ ଯାଇ ଆରାମରେ ଖାଇପିଇ ଏକ ସାଧାରଣ ଦିନ ଭଳି ଶୋଇପଡ଼ିବି ।

ତେବେ କଣ ମହତ୍ତ୍ୱ ଏହି ତାରିଖର?


Let me know what you think at any of the following places: