ଲୁହା ଜାଲି - ଏକ ବାସ୍ତବତା

ଏକ ସଂଘର୍ଷରତ ଦାଦନର କାହାଣୀ

ଧେତ୍ ବସଟି ଧୁଡ଼ଧାଡ଼ ହୋଇ କଚି ହେଲାନି ଯେ, କେତେ ସପ୍ନ ସବୁ ହଠାତ ଉଭାନ ହେଇଗଲା । ଇଲେକ୍ଟ୍ରୋନିକ ସିଟିରୁ ରୁପେନ୍ଆଗ୍ରାହାରାର ଫ୍ଲାଇ ଓଭର ରାସ୍ତାରେ ହାରାହାରି ଅଶୀ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗାଡ଼ି ଚାଲେ । ସେଥି ସହିତ ଚାଲେ ସୁଲୁସୁଲିଆ ପବନ, ଆପଣ ବସରେ ସାମ୍ନାରେ ବସିଥାନ୍ତୁ ବା କୋଣରେ ଛିଡ଼ା ହୋଇଥାନ୍ତୁ ନା କାହିଁକି, ଥରେ ବସ ତାହାର ବେଗ ବଢ଼ାଇଦେଲେ ସେ ପବନ ଆପଣଙ୍କର ଶରୀର ପାଖଦେଇ ନିଶ୍ଚୟ ଯିବ । ତେର କିଲୋମିଟର ଏହି ରାସ୍ତା ପ୍ରାୟ ଦଶରୁ ପନ୍ଦର ମିନିଟି ଭିତରେ ଅତିକ୍ରମ ହୋଇଯାଏ । ସଫ୍ଟୱେର କମ୍ପାନୀ ଗୁଡିକରେ ଦିନରାତି କାମ କରି ଥକିଯାଇଥିବା ମନ, ଯେ ନିଜ ଭିଟାମାଟି ଛାଡ଼ି ଏଠି ପରିବାର ପ୍ରତିପୋଷଣ କରିବାକୁ ଚାଲିଆସିଛି ତାକୁ ସତେ ଯେପରି ଏହି ଶୀତଳ ସୁଲୁସୁଲିଆ ପବନ ନିଜ ବୋଉ କୋଳର ନାନାଵାୟା ଗୀତ ଭଳି ଲାଗେ । ସେହି ଅନବରତ ସଂଘର୍ଷରତ ପ୍ରାଣଟି ଟିକେ ନଶୋଇକି ରହିବ କେମିତି?

ଯେଉଁଠାରେ ଫ୍ଲାଇ ଓଭର ତଳ ରାସ୍ତା ଭୂମିକୁ ସ୍ପର୍ଶ କରିଛି, ସେଠାରେ ବର୍ଷାଜଳ ନିଷ୍କାସନ ହେବାକୁ ଲୁହାର ଜାଲି ଦିଆଯାଇଛି । ସେହି ଜାଲି ଉପରଦେଇ ବସର ଚକା ପାର ହେଲାବେଳେ ଏହି ଧୁଡ଼ ଧାଡ଼ ଶବ୍ଦ ହୋଇଥାଏ । ଯେପରି ସକାଳ ନହଉଣୁ ଅଜାନର ସ୍ୱରରେ ରାତିର ମିଠା ମିଠା ସ୍ଵପ୍ନ ଭାଙ୍ଗିଯାଏ, ଠିକ ସେହିପରି ଏହି ଲୁହା ଜାଲିଟି କେତେ ଆଶାକାଂକ୍ଷୀ ହୃଦୟରୁ ସ୍ଵପ୍ନକୁ ନିର୍ବାସିତ କରି ନିଷ୍ଠୁର ବାସ୍ତବ ଦୁନିଆରେ କଚାଡ଼ି ଦିଏ ।


Let me know what you think at any of the following places: